ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା : ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ

Published By : Prameya-News7 Bureau | November 16, 2023 IST

ଝାରସୁଗୁଡା ୧୬।୧୧: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ । ଝାରସୁଗୁଡା ଭର୍ଚୁଆଲ କୋର୍ଟରେ ଏଡିଜେ କମ୍ ଆଡିସନାଲ ସେସନ ଜଜ୍ ସୁବାଷ ଧଳଙ୍କ ଦ୍ୱାରା ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି l ନବ ଦାସଙ୍କ ପୋଷ୍ଟମର୍ଟମ କରିଥିବା କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ଦୁଇ ଜଣ ଡାକ୍ତର ଲଷ୍ମୀକାନ୍ତ ବେହେରା ଏବଂ ପ୍ରମୋଦ ସାମନ୍ତରାୟଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି l ଏହି ଅବସରରେ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ଭର୍ଚୁଆଲ ମୋଡ଼ରେ ଉପସ୍ଥିତ ଥିଲେ l ଗୋପଳ ଦାସଙ୍କ ଓକିଲ ନରେଶ ନାୟକ ଏବଂ କିଶୋର ପଟେଲ ଉଭୟ ଡାକ୍ତରଙ୍କୁ ଜେରା କରିଥିଲେ l

ଅନ୍ୟପଟେ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ଗଙ୍ଗାଧର ଗଡ଼ନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ l ଆଜିର ସାକ୍ଷ ଗ୍ରହଣ ବେଳେ ନବ ଦାସଙ୍କୁ ହୋଇଥିବା ଗୁଳି ମାଡର କ୍ଷତ ଉପରେ ପ୍ରାଞ୍ଜଳ ଭାବରେ ଜେରା କରାଯାଇଥିବା ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ସୂଚନା ଦେଇଛନ୍ତି l

You Can Read:

wp:embed {"url":"https://www.prameyanews7.com/congress-mla-suresh-routray-joins-cmc-corporator-strike/","type":"wp-embed","providerNameSlug":"prameya-news-7"}
https://www.prameyanews7.com/congress-mla-suresh-routray-joins-cmc-corporator-strike/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.