କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକରେ ବାଲାଟ ପେପର ଚିରିଲେ ଦୁର୍ବୁତ୍ତ, ୨ ଅଟକ

Published By : Prameya-News7 Bureau | February 20, 2022 IST

କନ୍ଧମାଳ ୨୦/୦୨ : ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଦେଉଥିଲେ। ଏହି ସମୟରେ କିଛି ଦୁର୍ବୁତ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରି ବାଲାଟ ପେପରରୁ ଚିରି ଦେଇଛନ୍ତି । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ୫ନମ୍ବର ବୁଥରେ ଦେଖିବାକୁ ମିଳିଛି

ଖବର ଅନୁସାରେ ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଦୁର୍ବୁତ୍ତମାନେ ପସି ଆସିଥିଲେ । ତାପରେ ସେମାନେ ବାଲାଟ ପେପର ଛଡ଼ାଇ ନେଇଥିଲେ ।ଏହି ବୁଥରେ ୧ ୯0 ଜଣ ଭୋଟର ଥିବାବେଳେ ୧୪୩ ଜଣ ଭୋଟ ଦେଇସାରିଥିଲେ। ଭୋଟ ଦେବାପାଇଁ ୫ଜଣ ଧାଡିରେ ଥିବା ବେଳେ କିଛି ଦୁର୍ବୁତ୍ତ ହଠାତ ବୁଥ ଭିତରକୁ ଧସେଇ ପଶି ପ୍ରିଜାଇଡିଙ୍ଗ ଅଫିସରଙ୍କ ଠାରୁ ବାଲାଟ ପେପର ଛଡାଇ ନେଇଥିଲେ।ଖବର ପାଇ ଖଜୁରିପଡ଼ା ଥାନା ଅଧିକାରୀଙ୍କ ସମେତ ଏସଡ଼ିପିଓ ପହଞ୍ଚି ଛାନବିନ କରି ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି l ତେବେ ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.