ଜଗତସିଂହପୁରରେ ଡବଲ ମର୍ଡର : ଯୁବକଙ୍କ ଆକ୍ରମଣରେ ଦୁଇ ମୃତ, ୩ ଆହତ

Published By : Prameya-News7 Bureau | June 18, 2023 IST

ପାରାଦୀପ ୧୮।୦୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଳରାମପୁର ଗାଁରେ ଅଭାବନୀୟ ଘଟଣା । ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଦୁଇ ମୃତ । ଏହାସହିତ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:embed {"url":"https://www.prameyanews7.com/six-dakayat-in-police-custody/","type":"wp-embed","providerNameSlug":"prameya-news-7"}
https://www.prameyanews7.com/six-dakayat-in-police-custody/
/wp:embed

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ମର୍ଣ୍ଣିଂ ଓ୍ୱାର୍କ କରିବାକୁ ଯାଇଥିଲେ । ଏହି ସମୟରେ ଜଣେ ମାନସିକ ବିକୃତ ଯୁବକ ହଠାତ୍‌ ଆସି ଆକ୍ରମଣ କରିଥିଲେ । ଯେଉଁଥିରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକମାନେ ହେଲେ ଶିକ୍ଷୟତ୍ରୀ ନିର୍ମଳା ଲେଙ୍କା ଏବଂ ଅନିତା ରାଉତ ବୋଲି ଜଣାପଡିଛି ।

wp:embed {"url":"https://www.prameyanews7.com/child-protection-officers-prevent-child-marriage/","type":"wp-embed","providerNameSlug":"prameya-news-7"}
https://www.prameyanews7.com/child-protection-officers-prevent-child-marriage/
/wp:embed

ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି କୁଜଙ୍ଗ ଥାନା ପୋଲିସ । ଅଭିଯୁକ୍ତ ମାନସିକ ବିକୃତ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

wp:embed {"url":"https://www.prameyanews7.com/minor-wrestler-changed-her-statement-because-say-sakshi-malik/","type":"wp-embed","providerNameSlug":"prameya-news-7"}
https://www.prameyanews7.com/minor-wrestler-changed-her-statement-because-say-sakshi-malik/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.