କାନ୍ଥ ଭାଙ୍ଗୁଥିବା ବେଳେ ଭୁଶୁଡି ପଡିଲା ମାଟିକାନ୍ଥ, ଚାପିହୋଇ ଚାଲିଗଲା ୨ ଜଣଙ୍କ ଜୀବନ

Published By : Prameya-News7 Bureau | December 01, 2023 IST

କୁଚିଣ୍ଡା ୧।୧୨: କାନ୍ଥ ପଡି ଦୁଇ ଜଣଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜଡିହି ଠାରେ ଘଟିଛି ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜଡିହି ଠାରେ ଘରର ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଭୁଶୁଡିପଡିଲା କାନ୍ଥ । ଫଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ଘର ମାଲିକାଣୀ ହୋଇଥିବା ବେଳେ ପୁରୁଷ ଜଣଙ୍କ ଶ୍ରମିକ ଭାବେ କାମ କରୁଥିଲେ । ମହିଳା ନମିତା ପଟେଲ ଶୁକ୍ରବାର ସକାଳୁ ସ୍ଥାନୀୟ କିଣ୍ଡିରା ଗାଁ ଶ୍ରମିକ ଲଳିତ ଦେହୁରୀଙ୍କୁ ସକାଳେ ନିଜ ଘରର ପୁରୁଣା କାନ୍ଥ ଭଙ୍ଗିବା ପାଇଁ ଡାକିଥିଲେ । ତେବେ କାମ କରୁଥିବା ବେଳେ କାନ୍ଥ ଦୁର୍ବଳ ଥିବାରୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପଡିଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/eight-suspicious-packets-found-at-paradip-port/","type":"wp-embed","providerNameSlug":"prameya-news-7"}
https://www.prameyanews7.com/eight-suspicious-packets-found-at-paradip-port/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.