ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ଚାପି ହୋଇ ୨ ଶ୍ରମିକ ମୃତ
26/08/2023 at 7:32 AM

ମୋହନା ୨୬।୦୮: ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ୨ ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ସ୍ଥିତ ବନ୍ଧlଗୁଡା କ୍ରସର ନିକଟରେ l ପ୍ରାଣ ହରାଇଥିବା ୨ଜଣ ଶ୍ରମିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡି ରାଧା ଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନୟକ l ସମ୍ପର୍କରେ ମାମୁ, ଭଣଜା l

ଖବର ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ ଟାରେ କ୍ରସର ନିକଟରେ ଥିବା ପଥର ଖାଦାନରେ ବ୍ଲାଷ୍ଟିଂ ଚାଲିଥିଲା l ଏହି ସମୟରେ ଏମାନେ ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ l ବ୍ଲାଷ୍ଟିଂରେ ଏକ ବିଶାଳ ପଥର ୨ଜଣଙ୍କ ଉପରେ ଚାପି ହୋଇଯାଇଛି l ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି l ଖବର ପାଇ ବିଳମ୍ବିତ ରାତିରେ ମୋହନା ତହସିଲଦାର, ଥାନା ଅଧିକାରୀ, ପୋଲିସ ଟିମ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।