ଲଗାଣ ବର୍ଷା ହେଲା କାଳ, କାନ୍ଥ ଭୂଶୁଡି ଦୁଇ ମୃତ

Published By : Prameya-News7 Bureau | September 13, 2021 IST

କେନ୍ଦ୍ରାପଡା ୧୩/୦୯: ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷାରେ ବେହାଲ ହୋଇଛି ଅଧା ରାଜ୍ୟ । ବିଭିନ୍ନ ସ୍ଥାନରେ ବର୍ଷା ହେତୁ ପରିସ୍ଥିତି ଶୋଚନୀୟ ହୋଇପଡିଛି । ଏଭଳି ଅବସ୍ଥାରେ ବେଶ ପ୍ରଭାବିତ ହୋଇଛି ଦୈନନ୍ଦୀନ ଜୀବନ । ତେବେ କେନ୍ଦ୍ରାପଡାରେ ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି ।

ଏଠାରେ କାନ୍ଥ ଭୁଶୁଡି ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । କେନ୍ଦ୍ରାପଡା ଜିଲ୍ଲା ବେଣୀପୁର ଡିହସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନର୍ମଦା ପୃଷ୍ଟି । ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡି ପଡିଥିବା ଅନୁମାନ କରାଯାଇଛି । ସେହିଭଳି ଗରଦପୁର ବ୍ଲକ ବଡବେଦରା ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.