ବାଇକ୍‌ରେ ଯାଉଥିଲେ ୩ ଯୁବକ, ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ

Published By : Prameya-News7 Bureau | December 17, 2023 IST

ଉଦଳା ୧୭।୧୨ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଖୁଣ୍ଟା-ଶିଳଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପି.କେ ଜୟପୁର ରାସ୍ତାର ଶିଳଘାଟି ଛକ ନିକଟରେ ସଂଧ୍ୟା ସମୟରେ ଖୁଣ୍ଟା ପଟୁ ଏକ ବାଇକ ଯୋଗେ ୩ ଜଣ ଯୁବକ ଶିଳଘାଟି ଗାଁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ଉକ୍ତ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଗାଡିରେ ଥିବା ୩ ଜଣ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡିରହିଥିଲେ ।

wp:embed {"url":"https://www.prameyanews7.com/road-accident-in-bhubaneswar-chandrasekhapur-police-station-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-accident-in-bhubaneswar-chandrasekhapur-police-station-area/
/wp:embed

ତେବେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ଖୁଣ୍ଟା ଥାନା ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ  ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଶିଳଘାଟି ଗାଁର ଛୋଟରାୟ ଏବଂ ତପନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ବାକି ଅନ୍ୟ ଜଣେ ଯୁବକଙ୍କ ଚିକିତ୍ସା ଜାରି ରହିଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗୁରୁତର ଯୁବକଙ୍କ ପରିଚୟ ମିଳିନାହିଁ ।

wp:embed {"url":"https://www.prameyanews7.com/rhea-chakraborty-challenges-cbi-lookout-circular/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rhea-chakraborty-challenges-cbi-lookout-circular/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.