ଗୁଣିଗାରେଡି ସନ୍ଦେହରେ ହତ୍ୟା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | March 05, 2024 IST

ଧର୍ମଗଡ ୦୫।୦୩ :  ଗୁଣିଗାରେଡି ସନ୍ଦେହରେ ହତ୍ୟା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗାଁର ଘଟଣା ।  ମୃତକ ହେଲେ ଟେମରି ଗାଁର ସଦାନନ୍ଦ ଭୋଇ l

wp:embed {"url":"https://www.prameyanews7.com/woman-dead-body-found-in-umerkote-of-nabrangpur-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-dead-body-found-in-umerkote-of-nabrangpur-district/
/wp:embed

ଖବର ଅନୁଯାୟୀ, ଘରେ ପୂଜା କରିବାକୁ କହି ହେମନ୍ତ ବାଗ ଏବଂ ତା ସ୍ତ୍ରୀ ସଦାନନ୍ଦ ଭୋଇକୁ ନିଜ ଘରକୁ ଡାକି ନେଇଥିଲେ । ସେଠାରେ ଟାଙ୍ଗିଆରେ ହାଣି ସଦାନନ୍ଦ ଭୋଇକୁ ହତ୍ୟା କରିଥିବା ସନ୍ଦେହ l ତେବେ ହତ୍ୟାକାଣ୍ଡ ସଂପର୍କରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହିତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

wp:embed {"url":"https://www.prameyanews7.com/17-people-sentenced-to-life-on-elderly-couple-death-case-in-jajpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/17-people-sentenced-to-life-on-elderly-couple-death-case-in-jajpur/
/wp:embed

ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଆଉ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ମଧ୍ୟ ନେଇପାରେ । ପୋଲିସର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/parineeti-chopra-pregnancy-rumours/","type":"wp-embed","providerNameSlug":"prameya-news-7"}
https://www.prameyanews7.com/parineeti-chopra-pregnancy-rumours/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.