scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଇକେଲ୍‌କୁ ଧକ୍କା ଦେଲା କାର୍‌, ଦୁଇ ଆରୋହୀ ମୃତ

15/11/2023 at 9:11 AM

ସୁନ୍ଦରଗଡ଼ ୧୫।୧୧ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ A9 ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍‌-ସାଇକେଲ୍‌ ମଧ୍ୟରେ ଧକ୍କା । ଆଉ ଚାଲିଗଲା ଦୁଇ ଜଣଙ୍କ ଜୀବନ ।

ଖବର ଅନୁଯାୟୀ, ରାଉରକେଲା ପଟୁ ଆସୁଥିଲା ଏକ କାର୍‌ । ଏହି ସମୟରେ ଜରଙ୍ଗଲୋଇ A9 ଢାବା ନିକଟରେ ଦୁଇ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଆରୋହୀ ସାଇକେଲ୍‌ରୁ ଛିଟିକି ପଡିଥିଲେ । ଏପିରିକି ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଜଣାପଡିଛି । ମୃତକ ଦୁଇ ଜଣ ଜରଙ୍ଗଲୋଇ ଗାଁର ବୋଲି ଜଣାପଡିଥିବା ବେଳେ ସେମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ଭିଡ ମଧ୍ୟ ଘଟଣାସ୍ଥଳରେ ଲାଗି ରହିଛି । କ୍ଷତିପୂରଣ ଦାବିରେ ରାସ୍ତାରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଥିବା ଜଣାପଡିଛି ।

   Related Posts