ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା, ୨ଟି ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା

Published By : Prameya-News7 Bureau | June 29, 2020 IST

କରଞ୍ଜିଆ ୨୯।୦୬: ମୟୁରଭଂଜ ଜିଲ୍ଲା ଶୁକ୍ରୁଳି ବ୍ଲକର ଦୁଇଟି ଗ୍ରାମ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଦୁଇଟି ଗ୍ରାମ ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଉଭୟ ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

{"id":293119,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଖିଚିଂ ପଞ୍ଚାୟତରୁ ୫ ଜଣ ଓ ଶୁକ୍ରୁଳି ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଷ୍ଠୀ ସଂକ୍ରମଣର ଆଶଙ୍କାରେ ଉଭୟ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ୬୦ ଘଣ୍ଟା ଧରି ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି। ଗତକାଲି ସନ୍ଧ୍ୟା ୭ ଟାରୁ ୧ ତାରିଖ ସକାଳ ୭ ଟା ପର୍ଯ୍ୟନ୍ତ ଉଭୟ ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ ଅତ୍ୟାଶକୀୟ ସାମଗ୍ରୀ ଯୋଗାଣ କରାଯିବ । ପଞ୍ଚାୟତର ସମସ୍ତ ଲୋକଙ୍କ ନିୟମ ମାନିବାକୁ କୁହାଯାଇଛି । ଯଦି କେହି ଆଇନ୍‌ ଅମାନ୍ୟ ହୋଇଥାନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.