ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ସୌରମଣ୍ଡଳରେ ଘୂରି ବୁଲୁଥିବା ଧୁମକେତୁର ଫଟୋ କଏଦ କଲେ ଦୁଇ ଓଡ଼ିଆ ଯୁବକ

28/01/2023 at 4:40 PM

ଭୁବନେଶ୍ୱର: ସୌର ମଣ୍ଡଳରେ ଘୂରି ବୁଲୁଥିବା ଧୂମକେତୁକୁ ନିଜ ଡିଏସ୍‌ଏଲ୍‌ଆର୍‌ କ୍ୟାମେରାରେ କଏଦ କରିଛନ୍ତି ଓଡ଼ିଶାର ଦୁଇ ଯୁବକ। ସୌର ମଣ୍ଡଳର ଶେଷ ଗ୍ରହ ପ୍ଳୁଟୋ  ଠାରୁ  ୫ କୋଟି କିଲୋମିଟର ଦୂରରେ ଥିବା ଧୁମକେତୁ C/2022 E3 JTFର ଫଟୋ କ୍ୟାମେରାରେ କଏଦ ହୋଇଛି।

ଏହି ଧୁମକେତୁ ଗତ ବର୍ଷ ମାର୍ଚ୍ଚ ୩ ତାରିଖରେ ଆବିଷ୍କାର କରାଯାଇଥିଲା। ୫୦ ହଜାର ବର୍ଷରେ ଥରେ ପୃଥିବୀ ପୃଷ୍ଠରୁ ଦେଖାଯାଉଥିବା ଏହି ଧୁମକେତୁ ଚଳିତ ମାସ ୨୨ ତାରିଖରୁ ପୃଥିବୀ ପୃଷ୍ଠରୁ ଦୃଶ୍ୟମାନ ହେଉଛି।  ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଏହା ଦେଖାଯିବ। ପରେ ଏହା ଧୀରେ ଧୀରେ ଦୂରେଇଯିବ।  

ତେବେ ଓଡିଶାର ୨ ଜଣ Astro Photographer ଏହି ଧୁମକେତୁର ଫଟୋ ଉଠାଇଥିବା ଭୁବନେଶ୍ୱର ପ୍ଳାନେଟୋରିଅମ ତରଫରୁ ସ୍ପଷ୍ଟ କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଜୟପୁରର Astro Photo grapher ମଳୟ ପାତ୍ର । ସେ ନିଜ DSLR କ୍ୟାମେରାରେ ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଏହି ଧୁମକେତୁର ଫଟୋ ଉଠାଇଛନ୍ତି।

   Related Posts