AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ସ୍ୱଧାର ଗୃହରୁ ଦୁଇ ନାବାଳିକା ନିଖୋଜ, ଏଯାଏଁ ପୋଲିସ ପାଉନି ପତ୍ତା

8/09/2022 at 11:09 AM

ରାୟଗଡ଼ା ୦୮।୦୯ : ସ୍ୱଧାର ଗୃହରୁ ଦୁଇ ନାବାଳିକା ନିଖୋଜ । ରାୟଗଡ଼ା ସହରରେ ଥିବା ସ୍ନେହ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇଛନ୍ତି । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଜଣାପଡିଛି ।

ସେପଟେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡା ଥାନାରେ  ଏତଲା ଦିଆଯାଇଛି। ଅଭିଯୋଗ ମିଳିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ରାୟଗଡ଼ା ସହର ହାଉସିଂ ବୋର୍ଡ କୋଲୋନୀ ଠାରେ ରହିଥିବା ସ୍ନେହ ସ୍ବଧାର ଗୃହରୁ ଆସିଛି ଏଭଳି ଘଟଣା । ରାୟଗଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ନାବାଳିକାଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଗତ ୪ ତାରିଖରୁ ନିଖୋଜ ରହିଥିବା ସୂଚନା ମିଳିଛି। ତେବେ କାହିଁକି ଓ କିଭଳି ନିଖୋଜ ହେଲେ ତାହା ଅନୁସନ୍ଧାନ କରାଯିବା ଜରୁରୀ।

   Related Posts