ଯାଜପୁରରେ ୪୭ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା
2/05/2020 at 1:12 PM

ଭୁବନେଶ୍ୱର ୦୨।୦୫: ଯାଜପୁରରେ ଦିନକୁ ଦିନକୁ ଅଣାୟତ୍ତ ହେବାକୁ ଲାଗୁଛି କରୋନା ଭାଇରସ । ଚିନ୍ତା ବଢାଉଛି ପଶ୍ଚିମବଙ୍ଗ ଲିଙ୍କ୍ । ରାଜ୍ୟରେ ଆଜି ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି । ତେବେ ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଆଜି ସକାଳ ସମୟରେ ଯାଜପୁରରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି ।
ରାଜ୍ୟରେ ମଧ୍ୟାହ୍ନ ସମୟରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ-୪୮ବର୍ଷୀୟ ପୁରୁଷ , ୫୫ବର୍ଷୀୟ ପୁରୁଷ । ଉଭୟ କରୋନା ସଂକ୍ରମିତ ବରୀ ବ୍ଲକ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଯାଜପୁର ଜିିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ଟି ଆକ୍ଟିଭ କୋସ୍ ଥିବା ବେଳେ ୧ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏହି ଜିଲ୍ଳାରେ ଚିହ୍ନଟ ହୋଉଥିବା ଆକ୍ରାନ୍ତଙ୍କ ମାନଙ୍କ ପଶ୍ଚମବଙ୍ଗ ଲିଙ୍କ ରହିଛି। ସେହିପରି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଅଞ୍ଚଳ ଭାବେ ଖୋର୍ଦ୍ଧା ଜିଲ୍ଲା ଥିବା ବେଳେ ଏବେ ଯାଜପୁର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ସହ ସମାନ ହୋଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୭ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୬ଜଣଙ୍କ ଚିକିତ୍ସା ଜାରି ରହିଛି । ଜଣେ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ସେପଟେ ଯାଜପୁର ଜିଲ୍ଲାରେ ମୋଟ ୪୭ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୪୬ଜଣଙ୍କ ଚିକିତ୍ସା ଜାରି ରହିଛି ।