ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ, ଆଉ ଜଣେ ପୁଅ ଡାକ୍ତରଖାନାରେ ଜୀବନ ସହ ଲଢୁଛି

Published By : Prameya-News7 Bureau | August 28, 2020 IST

ବୌଦ୍ଧ ୨୮।୦୮: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସିଙ୍ଗାରୀ ଢାବା ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ପୁଅ ଗୁରୁତର ଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସୂଚନାଯୋଗ୍ୟ ଯେ, ଜୁରାମୁଣ୍ଡା ଗାଁର ସୁଜିତ ଦାସ ତାଙ୍କ ୨ପୁଅକୁ ନେଇ ବାଇକରେ କୌଣସି କାମରେ ସାହାଜପାଲ ଅଭିମୁଖେ ଯାଉଥିଲେ । ସୋନରପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଏକ ଦୃତଗାମୀ ଟ୍ରକ୍ ଆସି ଢାବା ନିକଟରେ ବାଇକୁ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ବାପ ଓ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୁଅ ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ପୁଅକୁ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ଟ୍ରକ୍ ତାଳସରଡା ନିକଟରେ ଆଉ ଏକ ଇଣ୍ଡିକା ଗାଡିକୁ ଧସେଇ ଫେରାର ମାରୁଥିବା ବେଳେ ସାହାଜପାଲରେ ତାକୁ ଅଟକ୍ ରଖାଯାଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.