ଜମି ନେଇଗଲା ଜୀବନ, ପୁରୀରେ ବାପା-ପୁଅଙ୍କୁ ହାଣି ହତ୍ୟା

Published By : Prameya-News7 Bureau | October 31, 2024 IST

ପୁରୀ ୩୧।୧୦ : ଜମି ପାଇଁ ଗଡିଲା ଦୁଇ ମୁଣ୍ଡ । ପୁରୀ ସଦର ସମଗରାରେ ଜମି ପାଇଁ ବାପ-ପୁଅଙ୍କୁ ହତ୍ୟା କରାଯାଇଛି । ଏହାସହିତ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଜମି ଘଟଣାକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା । ଯାହାର ପରିଣତି ବୁଧବାର ରାତିରେ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଛୁରାମାଡ଼ ଓ ମାରଣାସ୍ତ୍ର ଯୋଗେ ବାପ-ପୁଅଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୁଅ ପ୍ରକାଶ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ରବି ସ୍ୱାଇଁଙ୍କ ମୃତ୍ୟୁ ହୋଇଛି । 

ସେପଟେ ହତ୍ୟା ସଂପର୍କରେ ଖବର ପାଇ ପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । 

 

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.