ଛାତ୍ର-ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପ୍ରେମଜନିତ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | March 01, 2020 IST

ନୂଆପଡା ୧।୩ : ନୂଆପଡା-କୁକୁରିମୁଣ୍ଡା ସେବାଶ୍ରମରେ ଅଘଟଣ । ଚାଷ ଜମିର ଏକ ମହୁଲ ଗଛରୁ ଛାତ୍ର ଓ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର କୁକୁରିମୁଣ୍ଡିର ଜୀବନଲାଲ ମାଝି । ସେ ଗତବର୍ଷ ଟାନୱାଟ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି । ଛାତ୍ରୀ ଜଣଙ୍କ ଭଇଷାଦହା ଅଞ୍ଚଳର ହୋଇଥିବାବେଳେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ ।

{"id":231131,"sizeSlug":"large"}

ଓଢଣୀରେ ଉଭୟ ଝୁଲି ପଡିଥିବା ଦେଖିବାକୁ ମିଳିଛି । ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଛାତ୍ରଙ୍କ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଛାତ୍ରୀଙ୍କ ପରିବାରର କେହି ଆସିନାହାନ୍ତି । ଧରମବନ୍ଧା ପୋଲିସ ମୃତଦେହ ଉଦ୍ଧାର କରି ଛାନଭିନ କରୁଛି ।

{"id":231133,"sizeSlug":"large"}

ଗତ ୨୪ରେ କୋମନା ଥାନା ଦର୍ଲ୍ଲିପଡା ସେବାଶ୍ରମରୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.