ସାମାନ୍ୟ ବଚସାରୁ ଚାଲିଗଲା ଜୀବନ : ସିଏଏଫ ଜବାନଙ୍କ ଗୁଳିରେ ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | May 30, 2020 IST

ନାରାୟଣପୁର ୩୦।୫: ଛତିଶଗଡର ନାରାୟଣପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ସିଏଏଫ (ଛତିଶଗଡ ଆର୍ମଡ ଫୋର୍ସ)ର ଜଣେ ଜବାନ ବରିଷ୍ଠ ଅଧିକାରୀଙ୍କ ସହ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣାରେ ଦୁଇ ଜବାନଙ୍କ ମୃତ୍ୟୁ ଘଟିଛି । ଜଣେ ଜବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଅଧିକାରୀଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ,  ସିଏଏଫର ଆମଦଇ ଘାଟି କ୍ୟାମ୍ପରେ ଜବାନମାନଙ୍କ ମଧ୍ୟରେ କିଛି କଥାକୁ ନେଇ ବିବାଦ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଆସିଷ୍ଟାଣ୍ଟ କମାଣ୍ଡର ଘନଶ୍ୟାମ କୁମେଟି ଏକେ-୪୭ ରାଇଫଲରୁ ଗୁଳି ଚଳାଇଥିଲେ । ଏହି ଗୁଳି ବିନିମୟରେ ବେଳେ ଯବାନ ପିସି ବିନ୍ଦେଶ୍ବର ସାହିନୀ ଏବଂ ରମେଶ୍ବର ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପ୍ଲାଟୁନ କମାଣ୍ଡର ଲକ୍ଷ୍ମରାମ ପ୍ରେମୀ ଗୁରୁତର ଆହତ ହୋଇଛନ୍ତି ।

ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ଜବାନଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି । ଏସପି ମୋହିତ ଗର୍ଗ ଏହି ଘଟଣାକୁ ନେଇସ ସ୍ପଷ୍ଟ କରିଛନ୍ତି । ଜବାନମାନଙ୍କ ମଧ୍ୟରେ ବିବାଦର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାର ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.