ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ : ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 23, 2022 IST

ସୁନ୍ଦରଗଡ ୨୩।୮: ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ନିକଟବର୍ତ୍ତୀ ଟ୍ରକ୍ ପାର୍କିଂଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଲା ବାଇକ୍ । ଫଳରେ ବାଇକ୍‌ରେ ଯାଉଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ମୃତାହତଙ୍କ ପରିଚୟ ଜଣାପଡିନଥିବା ବେଳେ ସମସ୍ତେ ଝାଡଖଣ୍ଡ ପଲାମୁ ଜିଲ୍ଲା ଅଂଚଳର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ନିକଟସ୍ଥ ନିର୍ମାଣଧିନ ଶିବା ସିମେଣ୍ଟ କାରଖାନାର ଠିକା ସଂସ୍ଥା ଏଲଆଣ୍ଡଟି ଅଧିନରେ ୩ ତିନି ଜଣ କାମ କରୁଥିଲେ । ସୋମବାର ରାତିରେ ୩ଜଣ ଗୋଟିଏ ବାଇକ୍‌ରେ ଯାଉଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ଉପରେ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ ।ଦୁର୍ଘଟଣା ପରେ ପୋଲିସ ୩ ଜଣଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଏମାନଙ୍କ ପରିଚୟ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.