ଗାଧୋଇବା ବେଳେ ଅଘଟଣ, ନଦୀରେ ବୁଡି ଦୁଇ ନାବାଳିକା ମୃତ

Published By : Prameya-News7 Bureau | October 15, 2022 IST

ଉମରକୋଟ ୧୫।୧୦ : ନଦୀରେ ବୁଡି ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡ଼ା  ଗାଁରୁ ଆସିଛି ଏପରି ଦୁଃଖଦ ଘଟଣା । ମୃତକଙ୍କ ନାମ ହେମାଗ୍ନି ଗୋପାଳ ଓ ଲୁପେନ୍ଦ୍ରୀ ଗୋପାଳ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗବାଗୁଡ଼ା ଗାଁର ସତୀଘାଟ ନଦୀକୁ ଦୁଇ ଜଣ ନାବାଳିକା ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଦୁଇ ଜଣ ନାବାଳିକ ପାଣିରେ ଭାସିଯାଇଥିଲେ । ଗ୍ରାମବାସୀମାନେ ଏହା ଦେଖି ତୁରନ୍ତ ନଦୀକୁ ଡେଇଁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇସାରିଥିଲା । ଉଭୟ  ଗବାଗୁଡ଼ା ଗାଁର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.