suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ

22/03/2023 at 9:29 AM

ସୁନ୍ଦରଗଡ଼ ୨୨।୦୩ : ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ  । ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଡମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ ବର୍ଷେ ପୂର୍ବେ ବିବାହ କରିଥିଲେ । ହେମନ୍ତ ଗୋଆକୁ କାମ କର କରିବାକୁ ଯାଇ ହୋଲି ସମୟରେ ଘରକୁ ଫେରିଥିଲେ । ଘରେ ସ୍ତ୍ରୀ ଶାଶୁ ଏବଂ ନଣନ୍ଦଙ୍କ ସହିତ ରହୁଥିଲା । ହେମନ୍ତ ଘରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ପରିବାର ଠାରୁ ଅଲଗା ହୋଇ ରହୁଥିଲେ। ମଙ୍ଗଳବାର କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ହେମନ୍ତ ରାଗି ଯାଇ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଛି । ପରେ  ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।

ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

   Related Posts