ବିଲରେ ପାଣି ପମ୍ପ ଲଗାଉଥିଲେ, ଲାଗିଲା ବିଦ୍ୟୁତ ଆଘାତ ; ଚାଲିଗଲା ୨ଜଣଙ୍କ ଜୀବନ

Published By : Prameya-News7 Bureau | July 19, 2021 IST

ସୋନପୁର ୧୯।୦୭:  ମୃତ୍ୟୁ ବି ଏମିତି ଆସେ । ବିଲରେ ପାଣି ମଡାଇବା ପାଇଁ ପମ୍ପ ଲଗାଉଥିଲେ । ବିଦ୍ୟୁତ ସଂସ୍ପର୍ଶରେ ଆସି ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ରାଧେଶ୍ୟାମ ସାହୁ ଓ ଗୋପ ସାହୁ ବୋଲି ଜଣାପଡିଛି । ସୋନପୁର ଜିଲ୍ଲା ତରଭା ବ୍ଲକ ପଣ୍ଡିକିମାଲ ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ପଣ୍ଡିକିମାଲ  ଗାଁର ଏକ ବିଲରେ ପାଣି ପମ୍ପ ଲଗାଇବା ସମୟରେ ଘଟିଛି ଅଘଟଣ । ପାଣି ପମ୍ପକୁ ତାର ସଂଯୋଗ ସମୟରେ ଲାଗିଥିଲା ବିଦ୍ୟୁତ ଆଘାତ । ଯାହାଫଳରେ କି ସେଠାରେ ଥିବା ୨ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସେଠାରେ  ଉପସ୍ଥିତ ଥିବା ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ତରଭା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପାଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.