ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିବାହ ଭୋଜିରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ, ଚାଲିଗଲା ଶଳା ଓ ଭିଣୋଇଙ୍କ ଜୀବନ

12/12/2020 at 11:34 AM

ନୂଆପଡା ୧୨।୧୨: ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ । ଘଟଣାସ୍ଥଳରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ରାତିରେ ଏକ ବିବାହ ଭୋଜିରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଥାନା ଟିମନପୁର ପାଖ ଫୋର୍ ୱେ ଉପରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ରାତିରେ ଏକ ବିବାହ ଭୋଜିରୁ ନିଜ ଘର ରାଜପୁରକୁ ଫେରୁଥିଲେ । ଶନିବାର ରାତିରେ ସିନାପାଲି ସ୍ଥିତ ହଳଦିମୁଣ୍ଡା ଗାଁକୁ ବରାତି ଯାଇ ନିଜ ଘର ବୋଡେନ ଥାନା ରାଜପୁର ଓ ଟିମନପୁର ଫେରୁଥିଲେ ।

ଏହି ସମୟରେ ଫୋର୍ ୱେର ଟିମନପୁର ପାଖରେ ରାସ୍ତା ଉପରେ କେହି ଦୁର୍ବୃତ୍ତ ବଡ ବଡ ପଥର ରଖି ଦେଇଥିବା ବେଳେ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା । ମୃତକ ବୋଡେନ ଥାନା ଅଞ୍ଚଳର ଜଣେ ତେନ୍ତୁଳିପଡାର ୨୫ ବର୍ଷ ବୟସ୍କ କଲ୍ୟାଣ ନାଗ ଏବଂ ଅନ୍ୟ ଜଣେ ରାଜପୁରର ୧୮ ବର୍ଷ ବୟସ୍କ ଲକ୍ଷ୍ମଣ ବାଗ ।

ବିଳମ୍ବିତ ରାତିରେ ଖବର ପାଇ ସିନାପାଲି ପୋଲିସ ଓ ସିନାପାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୧୦୮ ଯୋଗେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ବୋଡେନ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଗାଡିର ଡ୍ରାଇଭର ଶୁଶିଲ ଧରୁଆଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

   Related Posts