ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | July 05, 2022 IST

ସମ୍ବଲପୁର ୦୫।୦୭ : ସମ୍ବଲପୁର ବୁର୍ଲା ଥାନା ଗୋଡଭଗା ଜାତୀଟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବାଇକ୍‌ ଯୋଗେ ୩ ଜଣ ବାଇକ୍‌ରେ ଭୀମ୍‌ସାରୁ ବୁର୍ଲାକୁ ଯାଉଥିଲେ । ଠିକ୍‌ ଏହି ସମୟରେ ଏକ ଅଜଣା ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ଗାଡିରୁ ଛିଟିକି ତଳେ ପଡିଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଯଥା କ୍ରମେ ଅନିତା ଗରିଆ ଓ ମିଥିଲା ଗରିଆ ବୋଲି ଜଣାପଡିଛି । ତେବେ ବାଇକ ଆରୋହୀ ସୁରେନ୍ଦ୍ର ଗରିଆଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ  ଟ୍ରକଟି ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.