Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅଧୁରା ରହିଗଲା ଜଗା ଦର୍ଶନ, ଶ୍ରୀକ୍ଷେତ୍ର ଆସିବା ବାଟରେ ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

21/12/2021 at 1:25 PM

ପୁରୀ ୨୧।୧୨: ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସୁଥିଲେ । କିନ୍ତୁ ଅଧା ବାଟରେ ଜଗିଥିଲା ଯମ ।  ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା । ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ । ପୁରୀ ମାଳତୀପାଟପୁର ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ।

ଖବର ଅନୁଯାୟୀ, ତିନିଜଣ ଯୁବକ ବାଇକର ଯାଉଥିବା ବେଳେ ମାଲତୀପାଟପୁର ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମୃତକ ଦୁଇଜଣ ହେଲେ ପିପିଲି ଓରକଳ ଗାଁର କବାଡି ଖେଳାଳି ତ୍ରିଲୋଚନ ପ୍ରଧାନ ଓ ସିଦ୍ଧାର୍ଥ ଦାସ।

ସେହିପରି ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ପ୍ରଦୀପ ଦାସ । ତାଙ୍କୁ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମାଳତୀପାଟପୁର ଠାରେ ଯିବା ଆସିବା ପାଇଁ ଦୁଇଟି ପୃଥକ ରାସ୍ତା ଥିବାବେଳେ ଗୋଟିଏ ପାର୍ଶ୍ବ ରାସ୍ତା ବନ୍ଦ ଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକ ଅମୂଲ୍ୟ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି। 

   Related Posts