ଗାଧୋଇବା ବେଳେ ଅଘଟଣ, ପଥରେ ଖଣିରେ ବୁଡିଗଲେ ୨ ଛାତ୍ର

Published By : Prameya-News7 Bureau | December 26, 2022 IST

ଭୁବନେଶ୍ୱର ୨୬।୧୨ : ପଥର ଖଣିରେ ବୁଡିଗଲେ ଦୁଇ ଛାତ୍ର । ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନିଜିଗଡ଼କୁରୁଖି ଗ୍ରାମ ନିକଟସ୍ଥ ଜାଭିୟର ସ୍କୁଲ ସମ୍ମୁଖରେ ଥିବା ଏକ ପଥର ଖଣିରେ ବୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପାଷି ଥାନା ଅଞ୍ଚଳର ଅର୍ଚ୍ଚିତ ଗିରି(୨୩) ଓ ଦେବରାଜ ସିଂ(୨୩) ।

ଖବର ଅନୁଯାୟୀ, ଭୁବନେଶ୍ୱର ସୁନ୍ଦରପଦା ନିକଟସ୍ଥ ହାଇଟେକ୍‌ ପ୍ଲାଜାରେ କମ୍ପିଟେଟିଭ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ଆସିଥିବା ଛାତ୍ର ଅର୍ଚ୍ଚିତ ଓ ଦେବରାଜ ନିଜର ୩ ଜଣ ସାଙ୍ଗଙ୍କ ସହ ରବିବାର ଅପରାହ୍ନରେ ଜାଭିୟର ସ୍କୁଲ ସମ୍ମୁଖରେ ଥିବା ଏକ ପଥର ଖାଦାନକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଅର୍ଚ୍ଚିତ ଓ ଦେବରାଜ ପାଣିରେ ବୁଡ଼ି ଯାଇଥିଲେ ।

ସେପଟେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.