scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଭାବନୀୟ : ଗଛରେ ଝୁଲୁଛି ମାଆ ଏବଂ ପୁଅଙ୍କ ମୃତଦେହ

15/08/2022 at 11:04 AM

ନୂଆପଡା ୧୫।୦୮: ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ବାଦି ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମାଆ ଓ ପୁଅଙ୍କ ଘର ଖଡିଆଳ ସହରରେ ହୋଇଥିବା ବେଳେ ବାଦି ଗାଁରେ ଭଡ଼ାରେ ରହୁଥିଲେ । ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ମାଆ ଓ ପୁଅ ଝୁଲିଥିବାର ଦେଖିଥିଲେ ସ୍ଥାନୀୟଲୋକେ ।ଦେଖୁ ଦେଖୁ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ଜମିଯାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା ।

ତେବେ ଏବେ ଯାଏଁ ମାଆ ଓ ପୁଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଉଭୟ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।  

   Related Posts