ପୋଖରୀରେ ବୁଡି ଦୁଇ ଭଉଣୀ ମୃତ, କୂଳରେ ଖେଳୁଥିବା ବେଳେ ଅଘଟଣ
25/12/2022 at 12:22 PM

ନିଶ୍ଚିନ୍ତକୋଇଲି ୨୫।୧୨ : କଟକ ଜିଲ୍ଲା ନିଶ୍ଚିତକୋଇଲି ବନମାଳୀପୁର ଗାଁରେ ଅଘଟଣ । ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣଙ୍କ ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୭ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଦୁଇ ପୋଖରୀ କୂଳରେ ଖେଳୁଥିଲେ ଦୁଇ ଭଉଣୀ । ହଠାତ୍ ଅସାବଧାନତା ଲାଗି ଦୁଇ ଭଉଣୀ ପୋଖରୀ ପାଣିରେ ପଡିଯାଇଥିଲା । ଏହାପରେ ଗ୍ରାମାବାସୀମାନେ ଉଦ୍ୟମ କରି ଦୁଇ ଭଉଣୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ସେତେବଳକୁ ପାଣିରେ ବୁଡିବା ଲାଗି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା। ସେପଟେ ଦୁଇ ଭଉଣୀଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଗାଁରେ ଶୋକର ଛାୟା ଖେଳିଯାଇଛି ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023