ରାଇସ୍ ମିଲ୍ରେ ଅଘଟଣ, ଚାଉଳବସ୍ତା ତଳେ ଚାପି ହୋଇ ୨ ମୃତ
16/01/2023 at 8:43 AM

ନୟାଗଡ଼ ୧୬।୦୧ : ନୟାଗଡ଼ ଜିଲ୍ଲା ଓଡଗାଁ ମା ମଙ୍ଗଳା ରାଇସ୍ ମିଲ୍ରେ ଅଘଟଣ । ଚାଉଳବସ୍ତା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଆଉ ଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ମା ମଙ୍ଗଳା ରାଇସ୍ ମିଲ୍ରେ ଚାଉଳ ଷ୍ଟକୟାର୍ଡରେ ଚେକିଂ କରୁଥିଲେ ଦୁଇ ଜଣ । ଏହି ସମୟରେ ହଠାତ୍ ଉପରେ ଥିବା ଚାଉଳ ବସ୍ତା ଭାଙ୍ଗିପଡିଥିଲା । ଯାହାଫଳରେ ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଗଞାମ ଜିଲ୍ଲା ତିରିସିଙ୍ଗ ଅଞ୍ଚଳର ରାମେଶ୍ଵର ଦିହୁଡି ହୋଇଥିବା ବେଳେ ଅନ୍ୟ ଜଣେ ବଡମ୍ବା ଅଞ୍ଚଳର ପ୍ରମୋଦ ମହାରଣା ବୋଲି ଜଣାପଡିଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023