ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତ : ଦୁଇ ସାଙ୍ଗ ମୃତ, ୪ ଗୁରୁତର

Published By : Prameya-News7 Bureau | July 02, 2022 IST

ଭୋଗରାଇ ୨।୭: ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି ।

{"id":650508,"width":840,"height":378,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ପବିତ୍ର ରଥଯାତ୍ରାରେ ଛୁଟି ଦିନରେ କୋଲକତାରୁ ୬ଜଣ ସାଙ୍ଗ ଦିଘା ବୁଲିବାକୁ ଆସିଥିଲେ । ଦିଘା ଖଣିକା ଘାଟରେ ଗାଧୋଉଥିବା ବେଳେ ଝିପିଝିପି ବର୍ଷା ଲାଗି ରହିଥିଲା । ୪ ଜଣ ସାଙ୍ଗ ଗାଧୋଇବା ପରେ ଉପରକୁ ଆସିଥିଲା ବେଳେ ହଠାତ ବିଜୁଳି ମାରିଥିଲା । ଦୁଇ ସାଙ୍ଗ ୨୪ ବର୍ଷ ବୟସ୍କ ସଂଗ୍ରାମ ପାଳ ଓ ୨୬ ବର୍ଷ ବୟସ୍କ ଶୁଭଜିତ ପାଳ ସେଠାରେ ଟଳି ପଡିଥିଲେ । ଅନ୍ୟ ସମସ୍ତେ ଅଚେତ ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଦିଘା ହସ୍ପିଟାଲକୁ ପଠାଯାଇଥିଲା । ମାତ୍ର ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ହାଲିସହର ଓ ନଦିଆ ଜିଲ୍ଲାର କଲ୍ୟାଣୀ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.