ରେଳଧାରଣାରୁ ମିଳିଲା ଦୁଇ ମୃତଦେହ, ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା !

Published By : Prameya-News7 Bureau | July 12, 2022 IST

କଣ୍ଟାବାଞ୍ଜି ୧୨।୦୭: ରେଳଧାରଣୀରୁ ଦୁଇ ମୃତଦେହ ଠାବ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଥିବା ଜଣାପଡିଛି । ପ୍ରେମ ବ୍ୟାପାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ । ବଲାଙ୍ଗୀର ମୁରିବାହାଲ ସାଲେପଡା ରେଳଧାରଣାରୁ ମିଳିଲା ମୃତଦେହ ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସାଲେପଡ଼ା ରେଳଧାରଣାରେ ୨ଜଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣାରେ ପଡିଥିବା ୨ଟି ମୃତଦେହକୁ ଜବତ କରିଛି । ତେବେ ମୃତକ ଜଣେ ମହିଳା ଏବଂ ଜଣେ ଯୁବକ ଥିବା ସୂଚନା ରହିଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.