ପୃଥକ ପୃଥକ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା, ଦୁଇ ମୃତ
14/03/2023 at 1:58 PM

ଜଳେଶ୍ୱର ୧୪।୦୩ : ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ଟ୍ରେନରେ କଟି ଦୁଇ ମୃତ l ବାଲେଶ୍ୱର ଜିଲ୍ଲା ରୁପ୍ସା ରେଳ ଷ୍ଟେସନ ଓ ବସ୍ତା ମାଛିଆ ମଠ ନିକଟର ରୁପସା ଷ୍ଟେସନ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ତେବେ ମିଳିଥିବା ସୂଚନାନୁସାରେ, ମୃତକ ସିଂଲା ଥାନା ଗିଲାଯୋଡି ଗାଁର ରାକେଶ ରାଉତ ବୋଲି ଜଣାପଡିଛି l ତେବେ ଏହା ଟ୍ରେନରେ କଟିଛି ନା ଆତ୍ମହତ୍ୟା କରଛନ୍ତି । ତାହା ରେଳବାଇ ପୋଲିସ ତଦନ୍ତ ହେଲେ ଜଣାପଡିବ l
ସେହିପରି ଅନ୍ୟ ଏକ ଦୃର୍ଘଟଣା ବସ୍ତା ମାଛିଆ ମଠ ନିକଟରେ ଟ୍ରେନ କଟି ମଧ୍ୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି l ମୃତକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହେମନ୍ତ ଦେହୁରୀ । ତେବେ ଏହି ଦୁଇ ଦୁର୍ଘଟଣାରେ ରେଳବାଇ ପୋଲିସ୍ ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ ତଦନ୍ତ ଜାରୀ ରଖିଛି ।