ଟ୍ରକକୁ ପଛପଟୁ ପିଟିଲା ସ୍କୁଟି, ୨ ମୃତ
3/01/2023 at 8:22 AM

ଯାଜପୁର ୦୩।୦୧ : ଯାଜପୁର ଜିଲ୍ଲା ଫୁଲଝରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ସ୍କୁଟି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ତିନି ଜଣ ସ୍କୁଟିରେ ଯାଉଥିଲେ । ଯାଜପୁର ଫୁଲଝରି ଛକ ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ପିଟିଲା । ଯାହାଫଳରେ ସ୍କୁଟିରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତର ବ୍ୟକ୍ତଙ୍କୁ ତୁରନ୍ତ ଉଦ୍ଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଟାରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସ୍ସିବି ସ୍ଥାନାନ୍ତରିତ କରାଯାଇଛି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023