ଦୁଇ ସମୁଦିଙ୍କୁ ଧକ୍କା ଦେଲା ଅଜଣା ଗାଡି, ମେଡିକାଲରେ ଚାଲିଗଲା ଜୀବନ
6/03/2023 at 8:40 AM

ଘଟଗାଁ ୦୬।୦୩ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ସମୁଦିଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ବ୍ଲକ ପଣ୍ଡାପଡ଼ା ଥାନା ଜଙ୍ଘିରା-ତେନ୍ତେଳାପଶି ରାସ୍ତା ବାଉଟିଆ ନାଳରେ ନିକଟରେ ଘଟିଛି ଦୁର୍ଘଟଣା ।
ଖବର ଅନୁଯାୟୀ, ହରିଚନ୍ଦନପୁର ବ୍ଲକ ଖୁଦପଶି ଗାଁ ଲାଲମୋହନ ରାଉତ ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ପାଟମୁଣ୍ଡା ଗାଁ ବିଦ୍ୟାଧର ବାରିକ । ଉଭୟ ସଂପର୍କରେ ସମୁଦି ହେବେ । ଦୁଇ ସମୁଦି ଜଙ୍ଘିରା ବଜାରକୁ କୌଣସି କାମରେ ଯାଇଥିଲେ । ସେଠାରୁ ଫେରିବା ସମୟରେ ଏକ ଅଜଣା ଗାଡି ଉଭୟଙ୍କ ଧକ୍କା ଦେଇଥିଲା । ଯାହାଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ କରିଥିଲେ । ସେପଟେ ଦୁର୍ଘଟଣାରେ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।