ସ୍ୱାମୀ-ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା, ଘରେ ପଶି ଟାଙ୍ଗିଆରେ ହାଣିଦେଲେ...

Published By : Prameya-News7 Bureau | December 11, 2022 IST

ଘଟଗାଁ ୧୧।୧୨ : ସ୍ବାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଅନ୍ତର୍ଗତ ଝୁମକିପାଟିଆ ଗାଁରେ ସ୍ବାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ମୃତ ସ୍ବାମୀଙ୍କ ନାମ ବାହାଡା ମୁର୍ମୁ ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ଧାନୀ ମୁର୍ମୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ରାତିରେ ଖାଇ ସାରି ସ୍ୱାମୀ-ସ୍ତ୍ରୀ ଶୋଇଥିଲେ । େହି ସମୟରେ କେହି ଦୁର୍ବୃତ୍ତ ଘରେ ପଶି ଦୁହିଁଙ୍କୁ ହତ୍ୟା କରିଦେଇଛି । ଉଭୟଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପ୍ରାୟତଃ ଗୁଣିଗାରେଡି ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ ପୋଲିସ ଘଟଣାରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.