ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା, ୨ ଶିକ୍ଷୟତ୍ରୀ ମୃତ

Published By : Prameya-News7 Bureau | November 26, 2022 IST

ଜି. ଉଦୟଗିରି ୨୬।୧୧ : ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା । ଚାଲିଗଲା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନ ।କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଦୁଇ ଜଣ ଶିକ୍ଷୟତ୍ରୀ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଇଥିଲେ । ଏହି ସମୟରେ ନିଲୁଙ୍ଗିଆ ଗାଁ ନିକଟରେ ଏକ ବାଇକ୍‌ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷୟତ୍ରୀଙ୍କ ନାମ ପ୍ରଦୀପ୍ତା ସାହୁ, ବିମଳା ପ୍ରଧାନ ବୋଲି ଜଣାପଡିଛି । ସେପଟେ ଏହି ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.