ପୁଣି ହାତୀ ନେଲା ଜୀବନ, ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ
16/03/2023 at 11:44 AM

କାମାକ୍ଷାନଗର ୧୬।୩: ପୁଣି ହାତୀ ନେଲା ଜୀବନ । ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମହାବୀରୋଡ ରେଞ୍ଜ ବାରିହାପୂର ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ପରଜଙ୍ଗ ଥାନା ବାରିହାପୂର ଚକ୍ରଧରପୁରୁ ସାହିର ଅଘୋରି ମାଝି । ସେ ଗ୍ରାମ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ମଧ୍ୟ ହାତୀ ଆକ୍ରମଣରେ ଜଣେ ଛେଳି ଚରାଳୀଙ୍କ ମୃତ୍ୟୁ ହୋଇଥିଲା ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023
ସହର ଭିତରେ ପଶିଲେ ୧୨ ଟିକିଆ ହାତୀପଲ, ଲୋକେ ଭୟଭୀତ
26 March 2023