ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

Published By : Prameya-News7 Bureau | May 22, 2023 IST

ଚଣ୍ଡିଖୋଲ ୨୨।୫: ଟ୍ରକ୍ ଧକ୍କାରେ ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟରେ ।

ସୂଚନାଯୋଗ୍ୟ ଯେ, ଧର୍ମଶାଳା ଥାନା ଚହଟା ଗ୍ରାମର ରମେଶ ମଲିକ ଓ ସଞ୍ଜୟ ମହାନ୍ତି ଏକ ସ୍କୁଟି ଯୋଗେ ଚଣ୍ଡିଖୋଲରୁ ଜାରକା ଛକ ଅଭିମୁଖେ ଆସୁଥିବା ସମୟରେ ଶଙ୍ଖାରିଡିହ ନିକଟରେ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି ଦୁର୍ଘଟଣା ଘଟାଇବା ପରେ ଏହି ଟ୍ରକଟି ଜାରକା ବାଇପାସ୍ ନିକଟରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଧର୍ମଶାଳା ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ କୁଆଖିଆ ନିକଟରୁ କାବୁ କରିଥିବା ଜଣାଯାଇଛି । ତେବେ ଟ୍ରକ୍ ଡ୍ରାଇଭର ମଦ୍ୟପାନ କରିବା ସହ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.