ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା , ୨ମୃତ

Published By : Prameya-News7 Bureau | December 06, 2020 IST

କଳାହାଣ୍ଡି ୦୬।୧୨: କଳାହାଣ୍ଡି-କେସିଙ୍ଗା ସହର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ।  ଧାନ ବୋଝେଇ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ବାପା ଓ ମାମୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର। ମୃତକମାନେ ହେଲେ ନିକଟସ୍ଥ ଲଇତରା ଗାଁର ଡେଙ୍ଗା ଭୁଏ ଓ ତାଙ୍କ ଶଳା । ସେହିପରି ଗୁରୁତର ଜଣକ ହେଲେ ଡେଙ୍ଗାଙ୍କ ପୁଅ ରାମ ଭୁଏ। ରାମକୁ ପ୍ରଥମେ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଥିଲା ।

ଖବର ଅନୁଯାୟୀ, ବାଇକ ଯୋଗେ ସମସ୍ତେ କୌଣସି କାମରେ ଆସୁଥିଲେ । କିନ୍ତୁ ଏହି ସମୟରେ ହଠାତ୍‌ ବିପରିତ ଦିଗରୁ ଆସୁଥିବା ଧାନ ବୋଝେଇ ଟ୍ରକ ସହ  ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କି ଏହି ଦୁର୍ଘଟଣା ଘଟିଛି ।  ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.