ଦେବଗଡ ୦୬।୦୯: ଦେବଗଡ ଥାନା ଅନ୍ତର୍ଗତ ଚିଲାଣ୍ଟିଖୋଳ ଗାଁରେ ଅଘଟଣ ଘଟିଯାଇଛି। ଘରେ ଥିବା ବୋମା ଫାଟି ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ସନ୍ତୋଷ ପଟ୍ଟା ଓ ରଞ୍ଜି ଭୋଇ ବୋଲି ଜଣାପଡିଛି । ଘରେ ବାର୍ହା ମାରିବା ଗୋଳା ରଖାଯାଇଥିଲା । କିନ୍ତୁ ତାହା ବିସ୍ଫୋରଣ ଘଟି ଘରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ଉଭୟ କଂସର ଗାଁର, ଏବଂ ନିଜ ସମ୍ପର୍କୀୟ ପବିତ୍ର ପଟ୍ଟାଙ୍କ ଘରକୁ ଆସିଥିବା ବେଳେ ଘଟିଛି ଅଘଟଣ ।
ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ...
![Niti ayog meeting](https://api-news7.prameyanews7.com/prameya/document/compress/2/comp_2_175_1722047736355.webp)