କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ

Published By : Prameya-News7 Bureau | September 28, 2022 IST

କଟକ ୨୮।୦୯ :  କଟକ ସହରରେ ପଶିଲେ ୩ ହାତୀ। ଜଗତପୁର ଅଞ୍ଚଳରେ ଚଳାଇଲେ ଆତଙ୍କରାଜ୍ । ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

{"id":689335,"sizeSlug":"full","linkDestination":"none"}

ସେହିପରି ଅନ୍ୟପଟେ ୩ ହାତୀ ମଧ୍ୟରୁ ଗୋଟିଏ ହାତୀର ମଧ୍ୟ ମୃତ୍ୟୁ ଘଟିଛି । ପାଣିରେ ବୁଡି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିରୂପା ନଦୀପାର ହୋଇ ଜଗତପୁର ବ୍ୟାରେଜ୍‌ ନିକଟରେ ଥିବା ବସ୍ତି ଅଞ୍ଚଳରେ ଉପଦ୍ରବ ଚଳାଇଥିଲେ । ଆସିଥିବା ହାତୀ ସ୍ଥାନୀୟ ଅଞ୍ଚଳରେ ଘର ଓ ଦୋକାନ ଘର ଭାଙ୍ଗିଛନ୍ତି। ହାତୀ ବୁଲୁଥିବାରୁ ଲୋକେ ଘରୁ ନବାହାରିବା ପାଇଁ ପୋଲିସ ପରାମର୍ଶ ଦେଇଛି।

{"id":689336,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.