ଜୀବନ ବଞ୍ଚାଇବାକୁ କାର୍‌ରୁ ଡେଇଁଲେ, ପଛରୁ ଆସି ଚାପିଦେଲା ଟ୍ରକ

Published By : Prameya-News7 Bureau | October 16, 2022 IST

ଚଣ୍ଡିଖୋଲ ୧୬।୧୦ : ଜାତୀୟ ରାଜପଥ ଛତିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ଦୁଇ ଜଣ ମହିଳାଙ୍କୁ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ଏକ କାର୍‌ଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିଲା । ହେଲେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥିଲେ । କାର ଡ୍ରାଇଭର ହ୍ୟାଣ୍ଡବ୍ରେକ୍‌ ନପକାଇ ବାହାରକୁ ଯାଇଥିଲେ । ଠିକ୍‌ ଏହି ସମୟରେ ଗାଡିଟି ରାସ୍ତାରେ ଗଡିବାକୁ ଲାଗିଥିଲା । ଯାହାଫଳରେ ଦୁଇ ଜଣ ହିଳା ଗାଡିରୁ ଡେଇଁବାକୁ ଉଦ୍ୟମ କରିଥିଲେ । ହେଲେ ପଛରୁ ଆସୁଥିବା ଏକ ଟ୍ରକଟି ମହିଳାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଛି ।

ତେବେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି । ଘଟଣାସ୍ଥଳରେ ବୈରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.