ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

Published By : Prameya-News7 Bureau | May 22, 2022 IST

ବ୍ରହ୍ମଗିରି ୨୨।୦୫: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ଯୁ ଘଟିଛି।

{"id":632250,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

{"id":632252,"sizeSlug":"full","linkDestination":"none"}

ମୃତକ ମାନେ ହେଲେ କାର୍ ଡ୍ରାଇଭର ଭାଗବନପୁରର ନବାଵ ଖାନ ଏବଂ କାର ମାଲିକ ସହଦେବପୁରୁର ଧୀରେନ୍ଦ୍ର ପଲାଇ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.