ପ୍ରେମ ସପ୍ତାହ ପୂର୍ବରୁ ଅଭାବନୀୟ ଘଟଣା, ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
6/02/2023 at 11:16 AM

ବୌଦ୍ଧ ୦୬।୦୨ : ପ୍ରେମ ସପ୍ତାହ ପୂର୍ବରୁ ଝୁଲପଡିଲେ ପ୍ରେମୀ ଯୁଗଳ । ବୌଦ୍ଧ ଥାନା ବାଘିଆପଡ଼ା ଫାଣ୍ଡି ଗୌଡ ଦେଇ ଇଞ୍ଜିନୟରିଂ କଲେଜ ପଛପଟୁ ମିଳିଛି ମୃତଦେହ । ବୌଦ୍ଧ ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଗୌଡ଼ଦେଇ ଇଂଜିନିୟରିଂ କଲେଜ ପଛ ପାଖ ଜଙ୍ଗଲରୁ ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଏକ ଗଛରେ ପ୍ରେମୀ ଯୁଗଳ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ତେବେ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ପରିଚୟ ପୋଲିସର ହସ୍ତଗତ ହୋଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।