ହାଇଓ୍ୱା ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ, ଥାନାରେ ଡ୍ରାଇଭରର ଆତ୍ମସମର୍ପଣ

Published By : Prameya-News7 Bureau | October 11, 2022 IST

ବଲାଙ୍ଗୀର ୧୧।୧୦ : ବଲାଙ୍ଗୀର ସଦର ଥାନା ସିନ୍‌ଖମନ୍‌ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଓ୍ୱା ଧକ୍କାରେ ଚାଲିଯାଇଛି ଦମ୍ପତ୍ତିଙ୍କ ଜୀବନ । ମୃତକ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବ୍ଲକ ଏକତାରା ଗାଁର ପ୍ରଦୀପ ସାହୁ ଓ ପ୍ରତୀମା ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ପ୍ରତିମା ଭାଇ ଜିଉଁତିଆ ପାଇଁ ବଲାଙ୍ଗୀର ଆସିଥିଲେ । ମଙ୍ଗଳବାର ଦିନ ସ୍ୱାମୀ ପ୍ରଦୀପଙ୍କ ସହ ଘରକୁ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ଏକ ହାଇଓ୍ୱା ଗାଡି ଆସି ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ଦମ୍ପତ୍ତିଙ୍କ ଘର କଳାହାଣ୍ଡି ରାମ୍‌ପୁର ବ୍ଲକରେ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ପରେ ହାଇଓ୍ୱା ଡ୍ରାଇଭର ଦେଓଗାଁ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.