ମର୍ମନ୍ତୁଦ ସଡକ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଦୁଇ ବାଇକ ଆରୋହୀ ମୃତ
19/12/2022 at 10:34 AM

ବାଲିଗୁଡ଼ା ୧୯।୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁରୁବାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇଓ୍ୱା ଧକ୍କାରେ ଦୁଇ ବାଇକ ଆରୋହୀ ମୃତ। ମୃତକ ବାନ୍ଦାପାଙ୍ଗାର ଅଚ୍ୟୁତ ଦିଗାଳ ଏବଂ ବଡ଼ଗାଁର ପେଟୁ ମଳିକ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ବାଇକ ଆରୋହୀ କୌଣସି କାମରେ ମହସିଂରୁ ବାଲିଗୁଡା ଫେରୁଥିଲେ । ଏହି ସମୟରେ ସୁରୁବାଲି ନିକଟରେ ଏକ ହାଇଓ୍ୱା ଗାଡି ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ବାଇକ ଆରୋହୀ ଜୀବନ ଚାଲିଯାଇଛି। ଖବରପାଇ ବାଲିଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ହାଇଓ୍ୱା ଗାଡ଼ିକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ହାଇଓ୍ୱା ଗାଡିକୁ ପୋଲିସ ଧରିବା ସହିତ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।