ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁ ମୃତ, ବାପା-ମାଆ ଗୁରୁତର

Published By : Prameya-News7 Bureau | September 03, 2022 IST

ଆଠଗଡ଼ ୦୩।୦୯:  ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏହାସହିତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଆଠଗଡ଼ ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁର ଘଟଣା ।

ତେବେ ବୀରବରପୁର ଗ୍ରାମର ଗୋବିନ୍ଦ ପାତ୍ରଙ୍କ ପରିବାରର ସମସ୍ତେ ବିଷାକ୍ତଖାଦ୍ୟ ଖାଇଖିଲେ । ଯାହାଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ  ଚିକିତ୍ସାଧୀନ ଅବସ୍ଥାରେ ଦୁଇ  ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ- ସ୍ତ୍ରୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.