ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୪୫ରୁ ଅଧିକ ଆହତ

Published By : Prameya-News7 Bureau | February 12, 2020 IST

ଭଦ୍ରକ ୧୨।୨: ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ  ଟ୍ରକକୁ ସାମ୍ନା ପଟୁ  ପିଟିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣା ଫଳରେ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି । ୩୦ରୁ ଅଧିକ  ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

{"id":223468,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଞ୍ଚି ଅଞ୍ଚଳର ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ବାହାରିଥିଲେ । ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଏକ ଧାନ ବୋଝେଇ ଟ୍ରକର ତେଲ ସରିଯିବାରୁ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିଲା । ତୀର୍ଥଯାତ୍ରୀ ବସଟି ଛିଡା ହୋଇଥିବା ଧାନ ବୋଝେଇ ଟ୍ରକ୍ କୁ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି । ୩୦ରୁ ଅଧିକ  ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

{"id":223469,"sizeSlug":"large"}

ଦୁର୍ଘଟଣା ଶିକାର ହୋଇଥିବା  ତୀର୍ଥଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ମୃତକ ଦୁଇଜଣ ହେଲେ ବିଦ୍ୟା ମାଷ୍ଟର ଓ ତିଳକ ମିସାଦ ବୋଲି ଜଣାପଡିଛି  ।

{"id":223470,"sizeSlug":"large"}

ଭଦ୍ରକ ଜିଲ୍ଲାପାଳ ମେଡିକାଲରେ ପହଁଚି ଆହତ ଓ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଗୁରୁତର ଓ ଆହତଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଆହତଙ୍କୁ ଘରକୁ ଫେରିବା ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.