ଦିଲ୍ଲୀ ହିଂସା : ଗଗନବିହାର ନାଳରୁ ମିଳିଲା ଆଉ ଦୁଇଟି ମୃତଦେହ, ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨।୨: ଦିଲ୍ଲୀର ଉତ୍ତରପୂର୍ବରେ ବ୍ୟାପୀଥିବା ହିଂସା ଥମିଛି, ତେବେ ଚାପା ଉତ୍ତେଜନା ଲାଗିରହିଛି । ଉତ୍ତରପୂର୍ବ ଦିଲ୍ଲୀର ଗଗନ ବିହାରର ଜୋହରିପୁର ଏକ୍ସଟେନସନରେ ଥିବା ନାଳରୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୩୪କୁ ଛୁଇଁଛି । ୨ଶହରୁ ଅଧିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଗତ ୨ଦିନ ଭିତରେ ମୃତ୍ୟୁ ସଂଖ୍ୟା ବଢିଛି । ଏବେ ମଧ୍ୟ ଛାନଭିନ ଜାରି ରହିଛି ।

{"id":229804,"sizeSlug":"large"}

ହିଂସା ପ୍ରଭାବିତ ଇଲାକାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିଛି ସ୍ଥାନରେ ଲୋକ ଘରୁ ବାହାରିଛନ୍ତି । ବୁଧବାର ହିଂସା ପ୍ରଭାବିତ ଅଞ୍ଚଳରେ ବୁଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ଥିତି ସମୀକ୍ଷା କରିଛନ୍ତି । ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ।

{"id":229805,"sizeSlug":"large"}

ଗୁରୁବାର ଦିଲ୍ଲୀ ହିଂସା ମାମଲାର ଶୁଣାଣି ଅଛି । ଦିଲ୍ଲୀ ପୋଲିସ ହାଇକୋର୍ଟରେ ଜବାବ ଦେବ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସେପଟେ ଦିଲ୍ଲୀରେ ହିଂସା ନିୟନ୍ତ୍ରଣ ପାଇଁ ସେନା ମୁତୟନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏପରି ଏକ ସମୟରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି କରିଦିଆଯାଇଛି ।

{"id":229806,"sizeSlug":"large"}

ବୁଧବାର ଦିଲ୍ଲୀ ହିଂସାକାଣ୍ଡ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏସେ ମୁରଲୀଧର । ଏହି ସମୟରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଦିଲ୍ଲୀ ପୋଲିସର ଭୂମିକାକୁ ଭର୍ସନା କରିଥିଲେ ମୁରଲୀଧର । ଆଜି ଯାଏଁ ଶୁଣାଣି ସ୍ଥଗିତ ରଖିଥିଲେ । ଏପଟେ ରାଷ୍ଟ୍ରପତି ଭବନରୁ ଜଷ୍ଟିସ୍ ଏସ ମୁରଲୀଧରଙ୍କ ବଦଳି ଆଦେଶ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବଦଳିର ଟାଇମିଂକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.