ରାଜ୍ୟରେ ଆଉ ୨ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯୧୫୧କୁ ବୃଦ୍ଧି

Published By : Prameya-News7 Bureau | August 09, 2022 IST

ଭୁବନେଶ୍ୱର ୦୯।୦୮: ରାଜ୍ୟରେ ଚାରି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । କିନ୍ତୁ କୋଭିଡ ମୃତ୍ୟୁସଂଖାରେ ଲଗାମ୍ ଲାଗୁନି।। ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ମୋଟ ମୃତ୍ୟୁକୁ ମିଶାଇ ରାଜ୍ୟରେ ୪ର୍ଥ ଲହରିରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୫୧କୁ ବୃଦ୍ଧି ପାଇଛି ।

wp:html /wp:html

ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୮୦ ବର୍ଷୀୟ ବୃଦ୍ଧ ଥିବା ବେଳେ ସୁନ୍ଦରଗଡ଼ର ୪୫ ବର୍ଷିୟା ବୃଦ୍ଧା ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୦୦୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୫୪୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୦୫୨୬୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୮୧୯୬୧୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.