Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

୨ମାସ ପୂର୍ବରୁ ଏହି ମହିଳା ଜଣଙ୍କ ଲେଖିଥିଲେ-ଗର୍ଭବତୀ ଅଛନ୍ତି ଆଲିଆ,ବ୍ୟାନ୍ ହୋଇ ଯାଇଥିଲା ଆକାଉଣ୍ଟ

1/07/2022 at 2:24 PM

ମୁମ୍ବାଇ ୦୧।୦୭:  ବିବାହର ମାତ୍ର ୨ ମାସ ପରେ ଅଭିନେତ୍ରୀଙ୍କ ଗର୍ଭଵତୀ ହେବାର ଖବର ଦେଇଥିଲେ ଆଲିଆ-ରଣବୀର। ଏହି ଖୁସି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଯଦି କୁହାଯାଏ କି ଜଣେ ମହିଳା ଏହି ବିଷୟରେ ଆଗରୁ ସୂଚନା ଦେଇଥିଲେ ବୋଲି ? ଏପ୍ରିଲ୍ ମାସରେ ଆଲିଆ ପ୍ରେଗନେନ୍ସି ବିଷୟରେ ଜଣେ ମହିଳା Reddit ରେ ଲେଖିଥିଲେ। ସେହି ପୋଷ୍ଟକୁ ଦେଖି ଫେକ୍‌ କହି Reddit ଗ୍ରୁପ୍‌ରୁ ବ୍ୟାନ୍‌ କରି ଦେଇଥିଲେ। ବର୍ତ୍ତମାନ ଏବେ ସେ ପୁଣି ଥରେ ଫେରିଛନ୍ତି । ଯାହା ପରେ ସୋସିଆଲ୍‌ ମିଡିଆ ୟୁଜର୍ସ ଚାହୁଁଛନ୍ତି କି ମହିଳାଙ୍କୁ ସମ୍ମାନିତ କରାଯାଉ।

କହିବାକୁ ଗଲେ BollyBlindsNGossip ଏପ୍ରିଲ୍‌ରେ ଏକ ପୋଷ୍ଟ  କରିଥିଲା। ଏହା ପରେ ରେଡିଟ୍‌ର ଜଣେ ୟୁଜର୍ସ କହିଥିଲେ କି -ମିସ୍‌ ଭଟ୍ଟ ସ୍ପଷ୍ଟ ଭାବରେ ଗର୍ଭବତୀ ଅଛନ୍ତି। ଏହି ଖବର ଗୋଟିଏ ସୋରସ୍‌ରୁ ମିଳିଛି । ଯିଏ ତାଙ୍କର ବନ୍ଧୁ ବା ମେକ୍‌ଅପ୍‌ ଆର୍ଟିଷ୍ଟ। ଏହା ଶୁଣିବା ପରେ ୟୁଜର୍ସମାନେ ଦାବି କରିଥିଲେ କି ସେ ଗସିପ୍‌ ପାଇଁ ଏହି ସବୁ କହିଥିଲେ। ଏହା ସମ୍ପୂର୍ଣ୍ଣ ଭାବରେ ଗୁଜବ।

ଏସବୁ ପରେ ମହିଳାଙ୍କ ଆକାଉଣ୍ଟକୁ ବ୍ୟାନ୍‌ କରି ଦିଆଯାଇଥିଲା। ଆଲିଆଙ୍କ ଫ୍ୟାନ୍ସ ମହିଳାଙ୍କ କଥାକୁ ବିଶ୍ବାସ ନକରି କହିଥିଲେ କି ଆଲିଆ ହିଁ ନୁହେଁ ବରଂ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ପ୍ରେଗନାଣ୍ଟ ଅଛନ୍ତି । ଗୁଜବ ବୋଲି କହି ନାନା ନେଗେଟିଭ୍‌ କମେଣ୍ଟ ଦେଇଥିଲେ। ଅନ୍ୟପଟେ କହିବାକୁ ଗଲେ ମହିଳା ଜଣକ ଏବେ କହିଥିଲେ- ହେଲୋ ଫ୍ରେଣ୍ଡସ୍‌… ମୋତେ ଅନବ୍ୟାନ୍‌ କରାଗଲା। ମୋତେ ଶ୍ରେୟ ଦେବା ପାଇଁ ଧନ୍ୟବାଦ। କିଛି ନା ଚଳିବ ସେ ସମୟରେ ଲୋକଙ୍କ ସତ ଲାଗିଲାନି କଥା। କିନ୍ତୁ ମୁଁ ଜାଣିଛି ସୋର୍ସ ଠିକ୍ ଥିଲା। ଆଉ ମୋତେ ଏବେ ଆଉ କିଛି ପଚରାନ୍ତୁନି କିଛି ।

   Related Posts